Raja Festival 2023 in Odisha ( ରଜ ପର୍ବ ୨୦୨୩)
ରଜ ପର୍ବ ଏକ ପ୍ରମୁଖ ପର୍ବ ଓଡିଶା ର।। ଯାହା କି ପୁରା ଓଡ଼ିଶା ରେ ଧୁମ୍ ଧାମରେ ପାଳନ କରାଯାଏ।। ଏହି ପର୍ବ ପୁରା ୩ ଦିନ ଧରି ପାଳନ କରାଯାଏ। ଏହି ପର୍ବ ରେ ସାବୁ ଓଡିଶବସୀ ମାନେ ପାଳନ କରନ୍ତି। ରଜ ପର୍ବ ରେ ଓଡିଶା ର ଝଅ ମାନେ ସଜ ହୋଇ ଦୋଳି ଖେଳନ୍ତି ଏବଂ ଘରେ ପିଠା ଏଵଂ ଖିରି ତିଆରି କରି ସାରା ପରିବାର ର ଲୋକ ମାନଙ୍କୁ ଖୁଆନ୍ତି ଏବଂ ତାଙ୍କର ପଡ଼ଶୀ ମାନଙ୍କ ଘରେ ମଧ୍ୟ ବନ୍ତନ୍ତି। ରଜ ପର୍ବ ରେ ପୁଅ ମାନେ ତାସ, ବାଗୁଡ଼ି, କବାଡି ଭଳି ଖେଳ ଖେଳନ୍ତି।
ରଜ ପର୍ବ ର ଆଉ ଏକ ବିଶେଷତ୍ଵ ହେଲା ରଜ ପର୍ବ ରେ ଓଡିଶା ର ସବୁ ଲୋକ ପ୍ରମୁଖ ରଜ ପାନ ଖାଆନ୍ତି। ଏହି ରଜ ପର୍ବ ୩ ଦିନ ଧରି ପାଳନ କରାଯାଏ।
ରଜ ପର୍ବ ର ପ୍ରଥମ ଦିନ ର ନାମ ହେଲା ପହିଲି ରଜ ବା ସଜବାଜ। ଏହି ଦିନ ସବୁ ଓଡିଶା ବସି ମାନେ ଆଗକୁ ଆସୁଥିବା ରଜ ପର୍ବ ପାଇଁ ସଜବାଜ କରନ୍ତି। ଯେମିତି କି ରଜ ଦୋଳି ଲଗାଇବା ଏବଂ ଦୋଳି କୁ ସଜାଇବା, ପିଠା କ୍ଷୀରି ତିଆରି କରିବା ପାଇଁ ଆଣ ବାଟିବା, ଘର ଲିପପୋଛା କରିବା ଏବଂ ଘର କୁ ସଜାଇବା ଆଦି କାମ କରନ୍ତି।
ରଜ ପର୍ବ ର ଦ୍ଵିତୀୟ ଦିନ ହେଉଛି ମଝି ରଜ ବା ରଜ ସଂକ୍ରାନ୍ତି। ଏହି ଦିନ ଓଡିଶା ବାସି ମାନେ ଘରେ ପିଠା ପଣା ପ୍ରସ୍ତୁତ କରି ସାରା ଗାଆଁ ରେ ବୁଲନ୍ତି ଏବଂ ଦୋଳି ଖେଳନ୍ତି। ପୁଅ ମାନେ ତାସ ବାଗୁଡ଼ି କବାଡି ଭଳି ଖେଳ ଆୟୋଜନ କରନ୍ତି ଏବଂ ବନ୍ଧୁ ବାନ୍ଧବ ମାନଙ୍କ ସହ ସମୟ ବିତାନ୍ତୀ।
ରଜ ପର୍ବ ର ତୃତୀୟ ଦିନ ହେଉଛି ଶେଷ ରଜ ବା ବସୁମତୀ ପୂଜା । ଏହି ଦିନ ହେଉଛି ରଜ ପର୍ବର ଅନ୍ତିମ ଦିନ। ଏହି ଦିନ ଓଡିଶା ବାସି ମାନେ ବସୁମତୀ ପୂଜନ କରନ୍ତି। ଏଵଂ ବହୁତ ଖୁସି ରେ ରଜ ପର୍ବ କୁ ଧୁମ୍ ଧାମରେ ପାଳନ କରନ୍ତି। କିଛି ରଜ ପର୍ବ ର ଅଭୁଲା ସ୍ମୃତି କୁ ହ୍ରୁଦୟ ରେ ସାଇତି ରଖି, ପୁଣୀ ଏକ ନୂଆ ବର୍ଷ କୁ ଅପେକ୍ଷା କରନ୍ତି ସେହି ମଜା ମସ୍ତି କୁ ପୁଣୀ ଥରେ ଅନୁଭବ କରିବା ପାଇଁ।
ଆମ ପରିବାର ତରଫରୁ ସାରା ଓଡିଶା ବାସି ମାନଙ୍କୁ ରଜ ପର୍ବ ପାଇଁ ଶୁଭକାମନା ଜଣାଉଛୁ। ଆପଣ ମାନେ ମଧ୍ୟ ଆପଣଙ୍କ ପ୍ରିୟ ଜନ ମାନଙ୍କ ପାଇଁ ଶୁଭ କାମନା ଜାଣନ୍ତୁ ଏବଂ ଆମ ଏହି ଫଟୋ ଗ୍ୟାଲେରୀ କୁ ଆପଣଙ୍କ ପ୍ରିୟ ଜନ ଙ୍କୁ ପଠାନ୍ତୁ। ଧନ୍ୟବାଦ୍।
0 Comments